• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : Others

ସୁବର୍ଣପୁର ଅଷ୍ଟଶମ୍ଭୁଙ୍କ ମଧ୍ୟରେ ରାମେଶ୍ଵର ମନ୍ଦିର ସର୍ବପ୍ରାଚୀନ । ସୋନପୁର ସହରର ପୂର୍ବ ଦିଗରେ ମହାନଦୀ ଓ ତେଲନଦୀର ମନୋରମ ସଙ୍ଗମସ୍ଥଳରେ ଏହା ଅବସ୍ଥିତ । କୁହାଯାଏ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜଯ ପୂର୍ବରୁ ଏଠାରେ ରାମେଶ୍ଵର ଶିବଙ୍କୁ ଏଠାରେ ପ୍ରତିଷ୍ଠା କରି ସେତୁବନ୍ଧ ନିର୍ମାଣ କରିଥିଲେ । ମନ୍ଦିର ପାର୍ଶ୍ଵରେ କାଳେଶ୍ଵର ଟାଙ୍ଗର ନାମକ ଏକ ବିଶାଳ ଚଟାଣ ବିଦ୍ୟମାନ । ଏହି ଚଟାଣରେ ଭୀମଙ୍କ ପାଦଚିହ୍ନ ଥିବା ଦେଖାଯାଏ । ବର୍ଷର ବିଭିନ୍ନ ଋତୁରେ ଏଠାରେ ମହାନଦୀ ଓ ତେଳନଦୀର ଦୃଶ୍ୟ ଅତ୍ୟନ୍ତ ଅକର୍ଷନୀୟ ଦେଖାଯାଏ ।

ବିମାନ ମାର୍ଗରେ
ରାୟପୁର, ଭୁବନେଶ୍ୱର ହେଉଛି ନିକଟତମ ବିମାନ ବନ୍ଦର |

ସଡ଼କ ପଥରେ
ଏନଏଚ ୫୭ ଜିଲ୍ଲା ମଧ୍ୟ ଦେଇ ଯାଇଛି . ଭୁବନେଶ୍ବର ଓ ରାଇପୁର ସହିତ ଯୋଗା ଯୋଗ ଅଛି ।

ରେଳଗାଡ଼ିରେ
ବାଲାଙ୍ଗୀର ହେଉଛି ନିକଟତମ ରେଳ ଷ୍ଟେସନ |

ରାମେଶ୍ୱର ଶିବ ମନ୍ଦିର , ରାମେଶ୍ୱର ମନ୍ଦିର ପଛପାର୍ଶ୍ଵ , ରାମେଶ୍ୱର ମନ୍ଦିର ପ୍ରବେଶ ଦ୍ୱାର